ଝାରସୁଗୁଡାରୁ ଆଉ ୨ ଟି ସହରକୁ ଉଡିବ ବିମାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଝାରସୁଗୁରଡା ବିମାନଘାଟିରୁ ଆଉ ଦୁଇଟି ସହରକୁ ବିମାନ ଉଡିବ । ଏଣିକି ଯାତ୍ରୀମାନେ ଝାରସୁଗୁଡାରୁ କୋଲକାତା ଓ ବାଙ୍ଗାଲୋର ଯାଇପାରିବେ । ବର୍ତ୍ତମାନ ଝାରସୁଗୁଡାରୁ ୫ ଟି ସହରକୁ ବିମାନ ଚଳାଚଳ କରୁଛି । ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି ।

ବୁଧବାର ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଂଚଳିକ ବିମାନ ଯୋଗାଯୋଗ ବୈଠକରେ ଏହି ନିଷ୍ପତି ହୋଇଛି । ଜୟପୁର ଏୟାରଷ୍ଟ୍ରିପର ବିକାଶ ପାଇଁ ୫୫ କୋଟି ଟଙ୍କାର ଟେଣ୍ଡର କରାଯାଇଛି । ରାଉରକେଲା ଏୟାରଷ୍ଟ୍ରିପକୁ ଚୂଡାନ୍ତ କରିବା ପାଇଁ କାମ ଚାଲିଛି ।