ଭୁବନେଶ୍ୱରରୁ ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଉ ୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ପଟିଆ ଅଂଚଳର ଜଣେ ୪୦ ବର୍ଷୀୟ ପୁରୁଷ ରହିଥିବା ବେଳେ ଆଉ ଜଣେ ୮ ବର୍ଷର ଝିଅ ରହିଛନ୍ତି। ଉଭୟ ଗୋଟିଏ ପରିବାର ଓ ସେମାନଙ୍କ ଟାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଜାରି କରାଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଲଗାତାର ୩ ଦିନ ହେବ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି। ସେଥିମଧ୍ୟରୁ ୫ ତାରିଖରେ ୧୩ ଜଣ ଚିହ୍ନଟ ହୋଇଥିବାବେଳେ ୬ରେ ୫ଜଣ ଓ ଆଜି ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮କୁ ବୃଦ୍ଧି ପାଇଥିବାବେଳେ ୫୧ ଜଣ ସୁସ୍ଥ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୩୪ଜଣ କୋଭିଡ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି।