ଦେବଗଡ଼ ଜିଲ୍ଲାରୁ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରୁ ୧୧୨ଟି ନୂଆ କୋଭିଡ-୧୯ କେସ୍ ନଜର ଆସିଥିବା ବେଳେ ସେଥିରେ ଦେବଗଡ଼ ଜିଲ୍ଲାର ୨ ଜଣ ଅଛନ୍ତି। ଏଥିସହିତ ଦେବଗଡ଼ ଜିଲ୍ଲା ମୋଟ କରୋନା ପଜିଟିଭ ସଂଖ୍ୟା ୪୦ରେ ପହଞ୍ଚିଛି। ସେହିପରି ଜିଲ୍ଲାରୁ ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୮ଜଣ ଚିକିତ୍ସାଧୀନ ଅଛନ୍ତି।

ଆଜି ଚି଼ହ୍ନଟ ହୋଇଥିବା ୨କରୋନା ପଜିଟିଭ ତାଲକୁଣ୍ଡି ସଂଗରୋଧ ଗୃହରେ ରହୁଥିବା ବେଳେ ସେମାନେ ଚେନ୍ନାଇ ଫେରନ୍ତା ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।