ଭୁବନେଶ୍ୱରରେ ଆଉ ୨ ଶ୍ମଶାନ : ବିଏମସି କମିଶନର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଉ ଶ୍ମଶାନ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ। ପଟିଆ ଓ ଖଣ୍ଡଗିରି ଅଞ୍ଚଳରେ ୨ଟି ଶ୍ମଶାନ କରାଯାଉଛି। ପଟିଆରେ ଗ୍ୟାସ ଓ ଖଣ୍ଡଗିରିରେ ବିଦ୍ୟୁତ ଚାଳିତ ଶବ ସଂସ୍କାର ବ୍ୟବସ୍ଥା କରାଯାଉଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। କୋଭିଡ କାରଣରୁ ସତ୍ୟନଗରରେ ଶବ ସଂସ୍କାର ସଂଖ୍ୟା ବଢ଼ିଛି। ଅନ୍ୟ ଜିଲ୍ଲା ପାଇଁ ସ୍ୱର୍ଗଦ୍ୱାର ବନ୍ଦ ଥିବାରୁ ସତ୍ୟନଗର ଉପରେ ଚାପ ପଡ଼ୁଛି। ଶ୍ମଶାନ ପାଇଁ ସତ୍ୟନଗରବାସୀ ସମସ୍ୟା ଭୋଗୁଥିବାରୁ ୨ଟି ଶ୍ମଶାନ କରାଯାଉଛି। ଶ୍ମଶାନ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସରିବାକୁ ଦେଢ଼ମାସ ଲାଗିବ ବୋଲି ସୂଚନା ମିଳିଛି।