ହତ୍ୟାକାଣ୍ଡର ଦେଢ଼ ବର୍ଷ ପରେ ପୁଲିସ‌ ହାତରେ ଧରାପଡ଼ିଲେ ଆଉ ୨ ଅଭିଯୁକ୍ତ

କଟକ,ଏନ୍ଏନ୍ଏସ୍: ଦୀର୍ଘ ଦେଢ ବର୍ଷ ପରେ ବହୁ ଚର୍ଚ୍ଚିତ କଟକ ଯୋବ୍ରା ଅଞ୍ଚଳର ତପନ ନାୟକ ହତ୍ୟା ଘଟଣାରେ ମାଲଗୋଦାମ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ପୂର୍ବରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ।

୨୦୧୯ ଜୁନ ୬ରେ ଯୋବ୍ରା ବ୍ୟାରେଜରେ ମାଛ ମରାକୁ ନେଇ ଯୋବ୍ରା ଅଞ୍ଚଳର ତପନ ନାୟକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨ ଅଭିଯୁକ୍ତ ହାପୁନ ଓରଫ ହରିଦତ୍ତ ସିଂ ଓ କାଦୁଆ ଓରଫ ଦେବଦତ୍ତ ସିଂ ଫେରାର ଥିଲେ। ଦୀର୍ଘ ଦେଢ ବର୍ଷ ପରେ ଗତକାଲି ରାତ୍ରିରେ ମାଲଗୋଦାମ ପୁଲିସ ସେମାନଙ୍କୁ ଗିରଫ କରିଛି।

ଏହି ଦୁଇ ଭାଇଙ୍କ ନାଁରେ ୧୦ରୁ ଅଧିକ ମାମଲା ଥିବା ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଏହି ୨ ଅଭିଯୁକ୍ତ ଦେଢ଼ ବର୍ଷ ଫେରାର ରହିବା ପରେ ପୁଣି ଯୋବ୍ରା ଫେରି ବିଭିନ୍ନ ଲୋକଙ୍କୁ ଦାଦାବଟି ମାଗୁଥିବା ବେଳେ ପୁଲିସ ଏମାନଙ୍କୁ ଗିରଫ କରିଥିଲା।