୨ ମାଓବାଦୀ ଗିରଫ

ମାଲକାନାଗିରି,ଏନ୍ଏନ୍ଏସ୍: ମାଲକାନାଗିରିର୨ଜଣ ମାଓବାଦୀ ସୋମବାର ବିଏସଏଫଙ୍କ ଦ୍ୱାରା ବିଶାଖାପାଟଣା ସ୍ଥିତ ଆନାବରାମ ଠାରେ ଗିରଫ ହୋଇଛନ୍ତି। ସେମାନେ ହେଲେ ବନ୍ତଳା ବୋଞ୍ଜି ବାବୁ ଏବଂ କୋରା ସୁଦ୍ରୁ। ସେମାନେ ମାଲକାନାଗିରି ଜିଲ୍ଲାର ରେଲାଗିରି ଗ୍ରାମର ବାସିନ୍ଦା।

ପୁଲିସ ପଚରାଉଚୁରା ସମୟରେ ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟିର ସଦସ୍ୟ ବୋଲି ଜଣାପଡିଛି। ସେମାନଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ ଜବତ ହୋଇଛି। ସେମାନଙ୍କୁ ମଙ୍ଗଳବାର ଚୋର୍ଟ ଚାଲାଣ କରାଯିବ।