ମହାଲକ୍ଷ୍ମୀଙ୍କ ହୁଣ୍ଡିରୁ ସଂଗ୍ରହ ହେଲା ୨ ଲକ୍ଷ ୧୮ ହଜାର ଟଙ୍କା

କେନ୍ଦ୍ରାପଡାର ଆରାଧ୍ୟ ଦେବ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଥିବା ମହାଲକ୍ଷ୍ମୀ ମନ୍ଦିର ହୁଣ୍ଡିରୁ ୨ଲକ୍ଷ ୧୮ ହଜାର ୪୨୬ ଟଙ୍କା ଦାନ ସଂଗ୍ରହ କରାଯାଇଥିବା ଜଣାପଡିଛି । ଶ୍ରୀ ବଳଦେବଜୀଉ ଦେବୋତର କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରି ଓ ଟ୍ରଷ୍ଟ ବୋର୍ଡ ସଭ୍ୟ ପୂର୍ବତନ ନଗରପାଳ ଧୀରେନ୍ କୁମାର ସାହୁଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା । ଟ୍ରଷ୍ଟ ବୋର୍ଡ ସଭ୍ୟ ତଥା ବରିଷ୍ଟ ସେବାୟତ ବଳରାମ ସୁଆର, ରଂଜନ କୁମାର ପୃଷ୍ଟି, ଜଜାତି କେଶରୀ ମହାନ୍ତି, ଗଣତି ସମୟରେ ଉପସ୍ଥିତ ଥିଲେ । ଦେବୋତର ସଂସ୍ଥା କର୍ମଚାରୀ ଓ ଅବସରପ୍ରାପ୍ତ ପୈାର କର୍ମଚାରୀମାନେ ଗଣତିରେ ସହାୟତା କରିଥିଲେ ।