ଲିଫ୍ଟ ଛିଣ୍ଡିଯାଇ ୨ କର୍ମଚାରୀ ଆହତ

ରାୟଗଡା, ଏନ୍ଏନ୍ଏସ: ଆଜି ଅପରାହ୍ନରେ ଏମ୍.ଆଇ.ଡିଭିଜନ ରୋଡ଼ରେ ନୂତନ ଭାବେ ଆରମ୍ଭ ହୋଇଥିବା ସାଇ ନୀଳାଦ୍ରି ନାମକ ଏକ ହୋଟେଲର ଲିଫ୍ଟ ଛିଣ୍ଡିଯିବା ଫଳରେ ତିନି ମହଲାରୁ ଖସି ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏହି ଦୁଇ କର୍ମଚାରୀ ହେଲେ ୱେଟର ଚିତ୍ତ ରଂଜନ ମହାରଣା ଓ କେପ୍ଟଇନ ଏମ୍.ଡ଼ି.ସାକ୍ଷୀରୁଦିନ। ଏହି ଦୁଇ କର୍ମଚାରୀ ଦିନ ପ୍ରାୟ ୩ଟା ବେଳେ ମଧ୍ୟାନ ଭୋଜନ ପାଇଁ ଲିଫ୍ଟରେ ଯାଉଥିବା ବେଳେ ଲିଫ୍ଟଟି ତୃତୀୟ ମହଲାରୁ କୌଣସି କାରଣରୁ ଛିଣ୍ଡି ପଡ଼ିଥିଲା। ଲିଫ୍ଟଟି ତୃତୀୟ ମହଲାରୁ ଖସିପଡିବା ଫଳରେ ଏମାନେ ଗୁରୁତର ଆହତ ହୋଇଛନ୍ତି।ଅନ୍ୟାନ୍ୟ କର୍ମଚାରୀ ମାନେ ଦୁଇଜଣଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।