କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ୨ ବନବିଭାଗ କର୍ମଚାରୀ ନିଲମ୍ବିତ

କଟକ,ଏନ୍ଏନ୍ଏସ୍: ଆଠଗଡ଼ ତିଗିରିଆ ଅଞ୍ଚଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ଶୁକ୍ରବାର ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ଡିଏଫଓ ସସ୍ମିତା ଲେଙ୍କା ନିଲମ୍ବିତ କରିଛନ୍ତି। ସେମାନେ ହେଲେ ଫରେଷ୍ଟର ସୁଚରିତ ସାମନ୍ତରାୟ ଓ ଫରେଷ୍ଟ ଗାର୍ଡ ଚନ୍ଦନ ବେହେରା। ତେବେ ସେମାନଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ଲେଙ୍କା ସୂଚନା ଦେଇଛନ୍ତି।