ମାର୍ଚ୍ଚ ୩ ରୁ +୨ ପରୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଆସନ୍ତା ମାର୍ଚ୍ଚ ୩ ରୁ +୨ ପରୀକ୍ଷା ଆରମ୍ଭ ହେବ। ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଏହି ସୂଚନା ମିଳିଛି। ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ-୨ ବାର୍ଷିକ ପରୀକ୍ଷା ଦେବେ। ଏହି ପରୀକ୍ଷା ମାର୍ଚ୍ଚ ୩ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ଯାଏଁ ଚାଲିବ। +୨ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ ରୁ ୨୬ ଯାଏଁ ଚାଲିବ। ସେହିପରି +୨କଳା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ୨୭ ଯାଏଁ ଚାଲିବ। +୨ବିଜ୍ଞାନ ମାର୍ଚ୍ଚ ୩ ରୁ ୨୮ ଓ ଧନ୍ଦାମୂଳକ ଶିକ୍ଷା ମାର୍ଚ୍ଚ ୧୬ ରୁ ୨୮ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଥିବା ୨୦୪୦ଟି ଜୁନିୟର କଲେଜର ଛାତ୍ରୀମାନେ ୧୧୦୬ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି। ତେବେ ମାର୍ଚ୍ଚ ଶେଷ ସପ୍ତାହରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ଚଳିତ ବର୍ଷ ପ୍ରାୟ ୬୦ଟି ଇ-ମୂଲ୍ୟାଙ୍କନ କେନ୍ଦ୍ର ରାଜ୍ୟରେ ବ୍ୟବସ୍ଥା କରାଯାଇଛି। ମେ’ ଦ୍ୱତୀୟ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବାକୁ +୨ ପରିଷଦ ପକ୍ଷରୁ ଲକ୍ଷ ଥିବା ଜଣାପଡ଼ିଛି। ସେହିପରି ଜାନୁଆରୀ ଚତୁର୍ଥ ସପ୍ତାହରୁ ପ୍ରାଟିକାଲ ପରୀକ୍ଷା ଆରମ୍ଭ ହେବ ବୋଲି ନିଷ୍ପତି ହୋଇଛି।