ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ସଂକଟ ଭିତରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର। ଲକ୍ ଡାଉନ୍ ଉଠିବାର ୭ ଦିନ ଭିତରେ ହିଁ ହେବ ଯୁକ୍ତ ଦୁଇ ପରୀକ୍ଷା। କୌଣସି ପରିସ୍ଥିତିରେ ବି ପରୀକ୍ଷା ବନ୍ଦ ହେବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ବୁଧବାର ସେ କହିଛନ୍ତି ଯେ, କରୋନା ମୁକାବିଲା ନେଇ ରାଜ୍ୟରେ ତାଲାବନ୍ଦ କଟକଣା ଜାରି ହେବା ଦ୍ୱାରା ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ତେବେ ଲାତାବନ୍ଦ ଉଠିବା ପରେ ପରେ ହିଁ ପରୀକ୍ଷା କରାଯିବ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ପୂରା ପ୍ରସ୍ତୁତି ସରିଛି। ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଏକ ସପ୍ତାହ ଆଗରୁ ସୂଚନା ଦିଆଯିବ। ତେଣୁ ଛାତ୍ରାଛାତ୍ରୀ କିମ୍ବା ଅଭିଭାବକ ଏଥିରେ ବିଚଳିତ ହେବା ଆବଶ୍ୟକ ନୁହେଁ। ଯଦି ପରୀକ୍ଷା ବିଳମ୍ବ ହୁଏ ତେବେ ପିଲାମାନେ ଠିକରେ କଲେଜରେ ନାମ ଲେଖାଇପାରିବେ ନାହିଁ। ଏନେଇ ଗତକାଲି କେନ୍ଦ୍ର ମନ୍ତ୍ରୀ ମଧ୍ୟ ଲକ୍ ଡାଉନ୍ ପରେ ସିବିଏସଇର ପରୀକ୍ଷା ହେବା ନେଇ ସୂଚନା ଦେବା ସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।
ଗତ ମାର୍ଚ୍ଚ ୩ରୁ ଥିଓରି ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ତାରିଖ ପର୍ଯ୍ୟନ୍ତ ହେବାର ଥିଲା। ମାତ୍ର ପରୀକ୍ଷା ଶେଷ ହେବାକୁ ୫ଦିନ ବାକି ଥିବାବେଳେ ଲକ୍ ଡାଉନ୍ ଜାରି କରାଯାଇଥିଲା। ଫଳରେ +୨ ପରୀକ୍ଷା ଅଧାରେ ରହିଛି। ଚଳିତବର୍ଷ ରାଜ୍ୟରେ ୧୧୪୨ଟି ପରୀକ୍ଷାକେନ୍ଦ୍ରରେ ମୋଟ୍ ୩ ଲକ୍ଷ ୪୯ହଜାର ୧୨୫ଜଣ ପରୀକ୍ଷାର୍ôଥ ପରୀକ୍ଷା ଦେଉଥିଲେ। ସେମାନଙ୍କ ମଧ୍ୟରେ କଳାରେ ୨ଲକ୍ଷ ୧୮ହଜାର ୯୦୦, ବିଜ୍ଞାନରେ ୯୭ହଜାର ୫୦୦, ବାଣିଜ୍ୟରେ ୨୫ହଜାର ୭୦୦ ଏବଂ ଧନ୍ଦାମୂଳକ ଶିକ୍ଷା ଲାଗି ୭ହଜାର ୨୫ ଛାତ୍ରଛାତ୍ରୀ ଅଛନ୍ତି।