ପିକ୍‌ନିକ୍‌ରେ ଆସି ଝରଣାରେ ଗାଧୋଇବା ହେଲା କାଳ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ସମ୍ବଲପୁର,ଏନ୍ଏନ୍ଏସ୍: ଆଜି ଦେବଝରଣାରେ ବଡ଼ ଦୁଖଃଦ ଘଟଣା ଘଟିଯାଇଛି। ପିକ୍‍ନିକ୍‍ ରେ ଆସି ୨ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେମାନେ ଦେବଝରଣାକୁ ପିକ୍‍ନିକ୍‍ ପାଇଁ ଆସିଥିଲେ।

ସୂଚନା ଅନୁସାରେ ଉକ୍ତ ୨ଛାତ୍ର ଦେବଝରଣାରେ ଥିବା ୱାଟରଫଲରେ ଗାଧୋଇବା ସମୟରେ ହଠାତ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ବୁର୍ଲା ଭିସୁଟର ସୌମ୍ୟରଞ୍ଜନ ବେଉରିଆ, ଅଭିଜିତ ସାମଲ ବୋଲି ଜଣାପଡ଼ିଛି।