ଆରଜିଏଚର ୨ ଡାକ୍ତର କରୋନା ଆକ୍ରାନ୍ତ

ରାଉରକେଲା,ଏନ୍ଏନ୍ଏସ୍:ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ରାଉରକେଲା ସରକାରୀ ହସ୍ପିଟାଲର ୨ଜଣ ଡାକ୍ତର ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିବା ସର୍ବାଧିକ ୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଏହି ୨ଜଣ ଡାକ୍ତର ରହିଛନ୍ତି। ଦୁଇ ଦିନ ତଳେ ତାଙ୍କର ଲକ୍ଷଣ ଦେଖାଯିବା ପରେ ସାମ୍ପଲ ଟେଷ୍ଟ କରାଯାଇଥିଲା ଯାହାକି ପଜିଟିଭ ଆସିଛି। ପଜିଟିଭ ବାହାରିବା ପରେ ଡାକ୍ତରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଏଥି ସହିତ ମେଡିକାଲ ପରିସରକୁ ସାନିଟାଇଜ କରାଯାଉଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଂଚିଥିବାବେଳେ ୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୪୯ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।