ପୋଲ ତଳକୁ ଖସିପଡିଲା କାର, ୨ମୃତ

ସୁନ୍ଦରଗଡ,ଏନ୍ଏନ୍ଏସ୍:ସୁନ୍ଦରଗଡ ଜିଲ୍ଲାର ଗରିଆମାଲ ମାଳିପଡା ସ୍ଥିତ ଏକ ପୋଲତଳକୁ କାର ଖସିପଡିବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। କୌଣସି ଏକ ସ୍ଥାନକୁ ଯାଇ ଫେରୁଥିବା ସମୟରେ ଗୋଟିଏ ଟ୍ରକ ସାଇଡ୍ ମାରିବାରୁ ପୋଲ ତଳକୁ କାରଟି ପଡିଯାଇଥିଲା।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଉକ୍ତ କାରରେ ୪ଜଣ ବସିଥିଲେ।