ଦୁର୍ଘଟଣାରେ ୨ ମୃତ, କାରକୁ ଜାଳିଦେଲେ ଲୋକେ

ସମ୍ବଲପୁର,ଏନ୍ଏନ୍ଏସ୍: ଅଇଁଠାପାଲି ଥାନା ଅନ୍ତର୍ଗତ ପାଞ୍ଚଗୋଛିଆ ଛକରେ ଏକ ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି । ବାଇକରେ ଯାଉଥିବା ବେଳେ ଏକ କାର ଧକ୍କା ଦେବାରୁ ସେମାନଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଠେମରାର ପ୍ରଭାତ ସାହୁ ଏବଂ ଡକରାର କମଳିନି ସାହୁ ।

ଉଭୟେ ଏକ ଫାଇନାନ୍ସ କମ୍ପାନୀରେ କାର୍ୟ୍ୟ କରୁଥିଲେ । ରେମେଡ ଛକରୁ ଅଇଁଠାପାଲି ଛକକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିଵା କାରରେ ନିଆଁ ଲଗାଇ ଦେଇଥିଲେ । ପରେ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଶବ ଜବତ କରିବା ସହ ପରିସ୍ଥିତିକୁ ଶାନ୍ତ କରିଥିଲା ।