ବିଦ୍ୟୁତ୍ ଆଘାତରେ ପୃଥକ୍ ସ୍ଥାନରେ ୨ମୃତ, ୧ଗୁରୁତର

ବ୍ରହ୍ମପୁର/ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଖଲିକୋଟର ବ୍ଲକର ବାକୁଟୁ ଗ୍ରାମରେ କରେଣ୍ଟ ଲାଗିା ମା’ ପୁଅ ମୃତ। ଘରେ ଛିଡି ପଡ଼ିଥିବା ଏକ ତାରକୁ ସଜାଡ଼ିବାକୁ ଯାଇ ପୁଅର ମୃତ୍ୟୁ ଘଟିଥିବାବେଳେ ପୁଅକୁ ବଞ୍ଚାଇବାକୁ ଯାଇ ମା’ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ପଲସଦା ଗ୍ରାମରେ ପଞ୍ଚାୟତ ଠିକା କାମ କରୁଥିବା ସମୟରେ ୧୧କେଭି ବିଦ୍ୟୁତ୍ ତାର ଲାଗି ନଚେନ ମୁରା ଗ୍ରାମର ସରସ୍ୱତୀ ମରେଈ ଗୁରୁତର ହୋଇଛନ୍ତି। ଠିକାଦାର ତାଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଫେରାର ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକତ୍ସାଳୟ କିମ୍ବା ବୁର୍ଲ୍ଲା ଡାକ୍ତରଖାନାଙ୍କୁ ସରସ୍ୱତୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ହେଁ ଠିକାଦାରଙ୍କ ଦେଖା ନାହିଁ। ତେବେ ଟଙ୍କା ଅଭାବରୁ ପରିବାର ଲୋକେ ସରସ୍ୱତୀଙ୍କୁ ଅନ୍ୟ କୌଣସି ଡାକ୍ତରଖାନା ନେଇପାରି ନାହାନ୍ତି।