ଅଜଣା ଗାଡି ଧକ୍କାରେ ୨ ନାବାଳକ ମୃତ

ଭଦ୍ରକ: ମଂଗଳବାର ସକାଳେ ଭଦ୍ରକର ମୋଟେଲ ଛକ ସର୍ଭିସ ରୋଡ଼ର ନୂଆବସଷ୍ଟାଣ୍ଡ ରାସ୍ତାରେ ଗାଡି ଧକ୍କାରେ ଦୁଇ ବାଳକଙ୍କ ମୃତ୍ୟୁ ହୋଇଛି।

୧୦୮ ଆମ୍ବୁଲାନ୍ସ ସେମାନଙ୍କୁ ଆଣି ଭଦ୍ରକ ମେଡିକାଲ ରେ ପହଞ୍ଚାଇବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗାଡ଼ିର ସନ୍ଧାନ ମିଳି ନାହିଁ। ମୃତ ବାଳକ ଦୁଇଜଣ ସ୍କୁଲ ଛାତ୍ର ବୋଲି ଜଣାପଡିଛି।

ଜଣେ ହେଲେ ଶିଶୁବିଦ୍ୟାମନ୍ଦିର ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ସୁମିତ ସାହୁ। ସୁମିଟଙ୍କ ଘର ଘଣ୍ଟେଶ୍ଵର ଅଞ୍ଚଳରେ। ସେ କୁଆଁସ ଗ୍ରାମରେ ଘର ଭଡା ନେଇ ରହୁଥିଲେ। ଅନ୍ୟଜଣେ ଶୁଭଙ୍କର ମଲ୍ଲିକ। ତାଙ୍କ ଘର ବାଣିତିଆ ଗ୍ରାମରେ। ସେ ବି କୁଆଁସରେ ଭଡାରେ ରହୁଛନ୍ତି।

ଶୁଭଙ୍କର ଜାଭିୟର ସ୍କୁଲ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣା ପଡ଼ିଛି। ସକାଳେ ଦୁଇଜଣ ସାଇକେଲରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।