ସ୍ୱେରେଜ ଲାଇନରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୨ ଜୀବନ

କଟକ, ଏନ୍ଏନ୍ଏସ୍: କଟକ ସିଡିଏ ଅଞ୍ଚଳରେ ଆଜି ବଡ଼ ଅଘଟଣ ଘଟିଯାଇଛି। ସ୍ୱରେଜ୍ ଲାଇନରେ କାମ କରୁଥିବାବେଳେ ମ୍ୟାନହୋଲରେ ଅଣନିଶ୍ୱାସୀ ହୋଇ ୨ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ଜେଣ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡାକାଲରେ ଊର୍ତ୍ତି ହୋଇଛନ୍ତି। ଗୃହ ଓ ନଗର ଉନ୍ନୟନ ପ୍ରମୂଖ ସଚିବ ଏହି ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୃତକ ମାନେ ବଡ଼ମ୍ବା ଅଞ୍ଚଳର ବିଷ୍ଣୁ ନାୟକ ଓ ପି. ଶଙ୍କର ବୋଲି ଜଣାପଡ଼ିଛି।