ସଡ଼କ ଦୁର୍ଘଟଣାରେ ୨ ମୃତ: ୩ ଗୁରୁତର

ମାଲକାନଗିରି,ଏନ୍ଏନ୍ଏସ୍: ଆଜି ମାଲକାନଗିରି ସଦର ବ୍ଲକ ମାର୍କାପାଲ୍ଲୀ ପଞ୍ଚାୟତର ମାର୍କାପାଲ୍ଲୀ ହାଟ ନିକଟରେ ୩ ଟି ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହେବାଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ପ୍ରକାଶ ଯେ, ଦୁଇଟି ବାଇକ୍ ମାର୍କାପାଲ୍ଲୀ ଗ୍ରାମ ପଟୁ ବି ଏଲପୁର ଆସୁଥିବାବେଳେ ଅନ୍ୟଏକ ବାଇକ ବୀପରିତ ଦିଗରୁ ଆସି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମାଛିଆମ୍ବ ଗ୍ରାମର ଚନ୍ଦ୍ର ଖିଲ(୨୦)ର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଅନ୍ୟମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ ପାଣ୍ଡ୍ରିପାଣି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ କୁପୁଲିଗୁଡା ଗ୍ରାମର ପ୍ରଶାନ୍ତ ଖରା (୨୫) ଙ୍କର ମୃତ୍ୟୁ ଘଟିଥିଲା । ପ୍ରାଥମିକ ଚିକିତ୍ସାପରେ ଗୁରୁତର ଅବସ୍ଥାରେ ଅନ୍ୟ ୩ ଜଣ ମାଛିଆମ୍ବ ଗ୍ରାମର ହରି ଖରା(୩୦), ଚନ୍ଦ୍ର ଖିଲ(୨୧) ଓ ନରସିଂହ ଖରା(୩୫)ଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।