ଜରାସିଂହାରେ ଦୁଇ ଦିନରେ ୨ ପଜିଟିଭ

ଦେଓଗାଁ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଗାଁରେ ଗତ ରବିବାର ଜଣେ ୨୦ ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସୋମବାର ପୁଣି  ୪୨ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି। କୋଭିଡ-୧୯ ନିୟମ ଅନୁଯାୟୀ ଜରାସିଂହା ଅଞ୍ଚଳରେ କଟକଣା ଲଗାଇବାକୁ ଲୋକେ ଦାବି କରିଛନ୍ତି। ଏନେଇ ଜରସିଂହା ସରପଞ୍ଚ କୁସମଣୀ ମେହେରଙ୍କୁ ପଚାରିବାରୁ ସେ କହିଛନ୍ତି ଦୁଇଜଣ ଚିହ୍ନଟ ହୋଇଥିବା ଜଣାପଡିଛି। ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କାରାଯିବ  ।