ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ : ୨ ଯବାନ ସହିଦ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଶ୍ରୀନଗରସ୍ଥିତ ନୌଗାମ ଅଞ୍ଚଳରେ ଆତଙ୍କବାଦୀମାନେ ସିରିପିଏଫର ଗୋଟିଏ ଦଳ ଉପରେ ଆକ୍ରମଣ କରିବା ଫଳରେ ୨ଜଣ ଯବାନ ସହିଦ ହୋଇଛନ୍ତି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀମାନେ ଦ୍ୱିପ୍ରହରରେ ଶ୍ରନଗରର ନୌଗାମର କାନ୍ଦୀଜଳ ବ୍ରିଜ ପାଖରେ ଗୁଳିବର୍ଷଣ କରିଥିଲେ। ଗୁଳିବର୍ଷଣରେ ସିଆରପିଏଫର ୫ଜଣ କର୍ମୀ ଆହତ ହୋଇଛନ୍ତି। ଆହତଙ୍କୁ ସେନାର ୯୨ ବେସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।