ସେମିଳିଗୁଡ଼ାରୁ ଚିହ୍ନଟ ହେଲେ ୨ ପଜିଟିଭ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ସୁନାବେଡ଼ା ପୌରାଂଚଳ ଅଧୀନସ୍ଥ ସେମିଳିଗୁଡ଼ାରେ ଆଜି ପୁଣି ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ୨ଜଣ ସେମିଳିଗୁଡ଼ା ନେହେରୁ ନଗର ଅଂଚଳର ମୁମ୍ବାଇ ଫେରନ୍ତା ଦମ୍ପତି ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଆକ୍ରାନ୍ତ ଦମ୍ପତି କିଛି ଦିନ ପୂର୍ବରୁ ମୁମ୍ବାଇରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ଥିଲେ। ସେମାନଙ୍କ ସ୍ୱାବ୍ ଟେଷ୍ଟିଂ ନିମନ୍ତେ ପଠାଯାଇଥିଲା ଯାହାର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ସମ୍ପୃକ୍ତ ଆକ୍ରାନ୍ତଙ୍କୁ ଜୟପୁର କୋଭିଡ ହସ୍ପିଟାଲକୁ ପଠାଇ ଦିଆଯିବା ସହ ସେମିଳିଗୁଡ଼ା ନେହେରୁ ନଗର ଏବଂ ନେହେରୁ ନଗର ଚର୍ଚ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ଜଲ୍ଲାପାଳ ପ୍ରକାଶ କରିଛନ୍ତି। ଅନ୍ୟପଟେ ଆକ୍ରାନ୍ତ ରହୁଥିବା ଘର ଓ ସେହି ଅଂଚଳକୁ ପ୍ରଶାସନ ତରଫରୁ ବିଶୋଧନ କରାଯାଇଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହୋଇଥିବାବେଳେ ୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୧୦ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।