+ ୨ ସିଟ ବଢ଼ାଇବା ଆବେଦନ ୨ ଦିନ ବୃଦ୍ଧି

  • ଭୁବନେଶ୍ୱର: ଜୁନିୟର କଲେଜରେ ସିଟ୍ ବୃଦ୍ଧି ପାଇଁ ଦ୍ୱିତୀୟ ସୁଯୋଗ। ସିଟ୍ ବୃଦ୍ଧି ଆବେଦନର ଅବଧି ଆଉ ୨ ଦିନ ବଢ଼ିଲା। ଏନେଇ ଆସନ୍ତା ୨୭ ଓ ୨୮ ତାରିଖରେ ଅନଲାଇନ୍ରେ ଆବେଦନ କରିପାରିବେ। ଏଥିପାଇଁ ଇଚ୍ଛୁକ ଜୁନିୟର କଲେଜ୍ ସାମସ ପୋର୍ଟାଲରେ ଆବେଦନ କରିପାରିବେ। ୨୭ ତାରିଖ ସକାଳ ୧୦ଟାରୁ ୨୮ ତାରିଖ ରାତି ୧୨ଟା ଯାଏଁ ଆବେଦନ କରିପାରିବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।