ମୋବାଇଲ ବ୍ୟାଟେରି ଫାଟି ୨ ଶିଶୁ ଗୁରୁତର

ଆସିକା,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ହରିପୁର ନୂଆସାହିରେ ମୋବାଇଲ ଫାଟି ୨ ଶିଶୁ ଆହତ ହୋଇଛନ୍ତି। ଆହତ ଦୁଇ ଶିଶୁ ହେଲେ ରାଜା ଓ ଶୁଭମ। ଦୁହିଁଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରାଜାର ଅବସ୍ଥା ଗୁରୁତର ହେବାର ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଶୁଭମ ଧରକୋଟରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

ଷଷ୍ଠ ଶ୍ରେଣୀରେ ପଢୁଥିବା ରାଜା ଓ ଶୁଭମ ଗତକାଲି ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ରାସ୍ତାରୁ ଏକ ପରିତ୍ୟକ୍ତ ମୋବାଇଲ ବ୍ୟାଟେରି ପାଇଥିଲେ। ବ୍ୟାଟେରିକୁ ଘରକୁ ଆଣି ସେଥିରେ ତାର ସଂଯୋଗ କରି ଖେଳୁଥିଲେ। ଏହି ସମୟରେ ବ୍ୟାଟେରିଟି ବିସ୍ଫୋରଣ ହୋଇଥିଲା।