ରାଜ୍ୟରେ ପ୍ରଥମ : କରୋନା ପଜେଟିଭରେ ଦୁଇ ଶିଶୁକନ୍ୟା, ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା

ଭୁବନେଶ୍ୱର : ଗତକାଲି ରାତିରେ ଯେଉଁ ଚାରିଜଣ କରୋନା ପଜେଟିଭ୍ ଆସିଥିଲା ସେଥି ମଧ୍ୟରୁ ଜଣେ କଳାହାଣ୍ଡିରୁ ଅନ୍ୟ ୩ଜଣ ଭୁବନେଶ୍ୱର ଝାରପଡ଼ା ଅଂଚଳର ବୋଲି ଜଣାପଡ଼ିଛି। ଦୁଇ ଶିଶୁକନ୍ୟାଙ୍କ ମଧ୍ୟରୁ ଜଣଙ୍କ ବୟସ (୫) ଅନ୍ୟ ଜଣଙ୍କର(୯)ବର୍ଷ ବୋଲି ସୂଚନା ମିଳିଛି । ମହିଳାଙ୍କ ବୟସ ୩୭ ବର୍ଷ ବୋଲି ସୂଚନା ମିଳିଛି । ତେବେ ପୂର୍ବରୁ ଝାରପଡାରୁ ଯେଉଁ ୪୨ ନମ୍ବର କରୋନା ପଜେଟିଭ ଚିହ୍ନଟ ହୋଇଥିଲେ, ଏମାନେ ତାଙ୍କ ସଂପର୍କୀୟ ବୋଲି ସୂଚନା ମିଳିଛି । ପରେ ସେ ଏମସକୁ ଚିକିତ୍ସା ପାଇଁ ଯାଇଥିଲେ । ପରେ ସେ କରୋନା ପଜେଟିଭ ବୋଲି ଚିହ୍ନଟ ହୋଇଥିଲା । ଏହା ଜଣାପଡିବା ପରେ ତାଙ୍କ ପରିବାରକୁ ହୋମ କ୍ୱାରେଂଟିନରେ ରଖାଯାଇଥିଲା । ଆଉ ଏବେ ପରୀକ୍ଷା ପରେ ସେମାନେ କରୋନା ପଜେଟିଭ ବୋଲି ଜଣାପଡିଛି । ଏନେଇ ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ପ୍ରଦାନ କରିଛି । ବର୍ତମାନ ରାଜ୍ୟରେ କରୋନା ପଜେଟିଭଙ୍କ ସଂଖ୍ୟା ୪୮ରେ ପହଂଚିଛି। ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣେ ମୃତ୍ୟୁ ବରଣ କରିଛନ୍ତି। ବର୍ତମାନ ୪୫ଜଣ ପଜେଟିଭ୍ ରାଜ୍ୟର ବିଭିନ୍ନ  ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ମିଳିଛି।