ବେପରୁଆ ଗାଡି ଚାଳନା ଯୋଗୁଁ ୨ ବାଇକ ଆରୋହୀ ମୃତ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ବୁଚାକଟେଇ ଛକଠାରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ବେପରୁଆ ଭାବେ ଗାଡ଼ି ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟିଥିଲେ। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକଟି ଗଛରେ ପିଟି ହୋଇ ୩ ମିଟର ଆଗକୁ ଛିଟିକି ପଡିଛି।

ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ପାଖାପାଖି ରାତି ୧୧ଟାରେ କଂସର ଫାଣ୍ଡି ଅନ୍ତର୍ଗତ ମଂଜାରିବାହାଳର ଜୟ ରଣା (୬୦) ଓ ପବନା ନାୟକ (୨୫) ଏକ ହିରୋ ସ୍ଲେଣ୍ଡର ପ୍ଲସ ବାଇକ (ଗାଡି ନଂ-ଓଡି-୨୩-୪୯୫୬) ଯୋଗେ କଖାରୁମାଳ ଗ୍ରାମକୁ ଯାଉଥିଲେ। ଖବର ପାଇ ଘଟଣାସ୍ଥଳରେ ରିଆମାଳ ଥାନା ପ୍ରଶାସନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।