ଡିଆରଡିଓର ସହଯୋଗରେ ଜମ୍ମୁରେ ୨ଟି କୋଭିଡ ହସ୍ପିଟାଲ

ଜମ୍ମୁ: ଜମ୍ମୁରେ ବଢ଼ୁଥିବା କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଆକ୍ସନ ମୋଡରେ ଅଛନ୍ତି। ଜମ୍ମୁ-କଶ୍ମୀରରେ ଡିଆରଡିଓର ସହଯୋଗ ବଳରେ ସରକାର ୫୦୦ ଲେଖାଏଁ ଶଯ୍ୟାବିଶିଷ୍ଟ ୨ଟି କୋଭିଡ ହସ୍ପିଟାଲ ପ୍ରସ୍ତୁତ କରିବାକୁ ଯାଉଛନ୍ତି।

ଜମ୍ମୁ-କଶ୍ମୀର ସ୍ୱାସ୍ଥ୍ୟ ବିଭାଗର ଫାଇନାନସିଆଲ କମିଶନର ଅଟଳ ଢ଼ୁଲ୍ଲୁଙ୍କ ମୁତାବିକ, ଡିଆରଡିଓର ସହଯୋଗ ଦ୍ୱାରା ଏହି ୨ଟି ହସ୍ପିଟାଲର କାର୍ଯ୍ୟ ଯୁଦ୍ଧସ୍ତରରେ ଜାରି ରହିଛି। ଏହି ୨ଟି ହସ୍ପିଟାଲ ପ୍ରଦେଶର କରୋନା ରୋଗୀଙ୍କ ଶଯ୍ୟା ଅଭାବ ସମସ୍ୟାକୁ ଦୂର କରିବ। ହସ୍ପିଟାଲ ପ୍ରସ୍ତୁତି କାର୍ଯ୍ୟ ଚଳିତ ମାସ ୨୫ ତାରିଖ ସୁଦ୍ଧା ସରିବ ବୋଲି ଆଶା କରାଯାଉଛି।