ଡ଼ିଆନାଳି ଗ୍ରାମରେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ୨ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡିଆନାଳି ଗ୍ରାମରେ ଗତ ରବିବାର ଜଣେ ବୃଦ୍ଧଙ୍କ ମୃତଦେହ ପାଟଣା ପୁଲିସ ଉଦ୍ଧାର କରିଥିଲା। ମୃତ ବୃଦ୍ଧ ହେଲେ ଡିଆନାଳି ଗ୍ରାମର ରଇବୁ ମୁଣ୍ଡା। ରଇବୁଙ୍କୁ ଅତି ନୃଶଂସ ଭାବରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିଲା। ଏହି ଘଟଣାର ତଦନ୍ତ କରି ପାଟଣା ପୁଲିସ ୨ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଡିଆନାଳି ଗ୍ରାମର ପେଟେରା ମୁଣ୍ଡା (୪୭) ଓ ପୂର୍ଣ୍ଣ ମୁଣ୍ଡା (୪୫)।

ପୁଲିସ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଜଣଙ୍କ ବଳଦର ମୃତ୍ୟୁ ଘଟିଥିଲା। ଉକ୍ତ ବଳଦକୁ ପୋତିବାକୁ ରଇବୁଙ୍କ ସମେତ ଦୁଇ ଅଭିଯୁକ୍ତ ୮୦୦ ଟଙ୍କା ନେଇଥିଲେ। ତେବେ ନେଇଥିବା ସେହି ଟଙ୍କାକୁ ତିନି ଜଣଙ୍କ ମଧ୍ୟରେ ଭାଗ କରିଥିଲେ ହେଁ ଛିଡି ନଥିଲା। ଫଳରେ ରଇବୁଙ୍କ ମୁହଁରେ ପଥରେ ଛେଚି ଅତି ନୃସଂଶ ଭାବରେ ହତ୍ୟା କରିଥିଲେ।