ଦେଶୀ ଓ ବିଦେଶୀ ମଦ ଜବତ, ୨ ଗିରଫ

ପାଟଣା, ଏନ୍ଏନ୍ଏସ୍: ପାଟଣା ଅବକାରୀ ବିଭାଗ ପକ୍ଷରୁ ବୁଧବାର ଅସ୍ତଯୋଡି ଓ ଉଦୟପୁର ଗ୍ରାମରେ ଚଢ଼ଉ କରାଯାଇଥିଲା। ଏହି ଚଢଉରେ ବିପୁଳ ପରିମାଣର ଦେଶୀ ଓ ମହୁଲି ମଦ ଜବତ କରାଯିବା ସହିତ ବେଆଇନ ମଦ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଉଦୟପୁର ଗ୍ରାମର ଆଦିତ୍ୟ ପୋହି ଓ ଅସ୍ତଯୋଡି ଗ୍ରାମର ସନୁ ମୁଣ୍ଡା । ଏହି ଚଢ଼ଉରେ ପାଟଣା ଅବକାରୀ ବିଭାଗର ସମସ୍ତ କର୍ମଚାରୀ ସାମିଲ ଥିଲେ।