କୋର୍ଟ ଚାଲାଣ ହେଲେ ଦୁଇ ବାଇକ୍ ଲୁଟେରା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ପୁଲିସ ଦୁଇ ବାଇକ୍ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଦୁଇଜଣ ହେଲେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଖୁଣ୍ଟାପଶି ଗ୍ରାମର ଶାନ୍ତିର ଜ୍ୟୋତି ସିଂ ଏବଂ ଭୀମ ମାଝୀ। ସୂଚନା ଅନୁସାରେ, ଗତ ଜୁଲାଇ ୨୪ ତାରିଖରେ ସାହରପଡ଼ା ବ୍ଲକ ଧାନବେଣୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଇକକୁ ୨୨୦ ନମ୍ବର ରାଜପଥର ବାଇପାସ ନିକଟରୁ ଚୋରିକରି ନେଉଥିବା ବେଳେ ଲୋକେ ତେଣ୍ଡେରା ନିକଟରେ ତାଙ୍କୁ ଧରି ପୁଲିସକୁ ଦେଇଥିଲେ। ତେବେ ଉଭୟଙ୍କ ଠାରୁ ଜବତ ହୋଇଥିବା ବାଇକ ବିଷୟରେ ପୁଲିସ କୌଣସି ସୂଚନା ଦେଇନାହିଁ।