ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ନାମ ଲେଖା ପ୍ରକ୍ରିୟା ରାଜ୍ୟ By Nitidin On Aug 21, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠାରୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲ (www.samsodisha.gov.in)ରେ ଆବେଦନ କରିବେ। ନାମଲେଖାର ଶେଷ ତାରିଖ ସେପ୍ଟେମ୍ବର ୪କୁ ଧାର୍ଯ୍ୟ କରାଯାଇଛି। ସେହିପରି ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ଏବଂ ୧୧ରୁ ୧୮ ମଧ୍ୟରେ ନାମଲେଖା। ସେପ୍ଟେମ୍ବର ୨୩ରେ ଦ୍ୱିତୀୟ ମେରିଟ ଲିଷ୍ଟ ଏବଂ ୨୪ରୁ ୨୮ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଏବଂ ସ୍ପଷ୍ଟ ଆଡମିଶନ ପାଇଁ ଅକ୍ଟୋବର ୧ରେ ତାଲିକା ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ରାଜ୍ୟରେ କୋଭିଡ-୧୯ ସ୍ଥିତି ଯୋଗୁଁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫିସକୁ ହ୍ରାସ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଡମିସନ ସମୟରେ ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫିସ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଫିସ ୨୦୦ ଟଙ୍କା ରଖାଯାଇଛି। Share