୨ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ୨ ନାମଲେଖା ବିଜ୍ଞପ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨ ଦିନ ଭିତରେ ଯୁକ୍ତ ଦୁଇ ଆଡ଼ମିଶନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୪ରୁ ୫ ଦିନ ଧରି ଶିକ୍ଷକଙ୍କୁ ଅନଲାଇନରେ ତାଲିମ ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ସୂଚନା ଦେଇଛନ୍ତି। ଏଥିସହିତ ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଜିରୋ ରେଜଲ୍ଟ ହୋଇଥିବା ୩୧ଟି ସ୍କୁଲର ପ୍ରଧାନଶିକ୍ଷକଙ୍କ ସହ ଖୁବଶୀଘ୍ର ନିଜେ ଆଲୋଚନା କରିବେ ଏବଂ କେଉଁଠି ତ୍ରୁଟି ରହିଲା ସେ ସମ୍ପର୍କରେ ପଚାରି ବୁଝିବେ। ଏଥିସହ କହିଛନ୍ତି ଯେ ଗତ ବର୍ଷ ୮୨ଟି ସ୍କୁଲରେ ଜିରୋ ରେଜଲ୍ଟ ହୋଇଥିବା ବେଳେ ଚଳିତ ବର୍ଷ ଏହା ହ୍ରାସ ପାଇ ୩୧କୁ ପହଞ୍ଚିଛି।

ସେହିପରି ୧୦୧ ସ୍କୁଲରୁ ଦୁଇ ଜଣ ଲେଖାଏଁ ଏବଂ ଯୁକ୍ତ ଦୁଇ ଓ ଶିକ୍ଷକ ଶିକ୍ଷା କଲେଜରୁ ଜଣେ ଲେଖାଏଁ ଶିକ୍ଷକଙ୍କୁ ଦିନକୁ ୨ ଘଣ୍ଟା ଲେଖାଏଁ ନାମ ଲେଖା ସମ୍ପର୍କରେ ଅନଲାଇନରେ ତାଲିମ ଦିଆଯିବ।