ଯୁକ୍ତ ୨ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ଯୋଗୁ ଆଡମିସନ ସେଣ୍ଟରରେ ଭିଡ଼ କମାଇବା ପାଇଁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ୪ ଦିନ ବଢ଼ାଯାଇଛି। ଫଳରେ ୨୧ରୁ ଆରମ୍ଭ ହୋଇଥିବା ନାମଲେଖା ଏବେ ୨୬ ବଦଳରେ ୩୦ ତାରିଖକୁ ବଢ଼ିଥିବା ଜଣାପଡ଼ିଛି। ସିବିଏସଇ ଓ ଆଇସିଏସଇ ପିଲାଙ୍କ ଡିଜିଲକର ସାର୍ଟିଫିକେଟ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାସେ ଭିତରେ ଅରିଜିନାଲ ଦେବାକୁ ନେଇ ଅଣ୍ଡରଟେକିଂ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି।