ଆମେରିକାର ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନ

ୱାସିଂଟନ,ଏଜେନ୍ସି: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରତିଦ୍ୱନ୍ଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଛି। ନଭେମ୍ବର ୩ ତାରିଖ ଠାରୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇଥିବାବେଳେ ଏଥିରେ ରିପବ୍ଲିକାନ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ଟି ରାଜ୍ୟରେ ବିଜୟୀ ହୋଇଥିବାବେଳେ ଜୋ ବାଇଡେନ ୧୧ଟି ରାଜ୍ୟରେ ବିଜୟୀ ହୋଇଛନ୍ତି।

ଫ୍ଲୋରିଡା, ଜର୍ଜିଆ ଓ ଓହ୍ୱାଇଓ ରାଜ୍ୟରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ସେହିପରି ଫ୍ଲୋରିଡା ଓ ମିଚିକାନ ରାଜ୍ୟରେ ଟ୍ରମ୍ପ ଆଗୁଆ ରହିଛନ୍ତି। ଅନ୍ୟପଟେ ଓହ୍ୱାଇଓ, ନର୍ଥକାରୋଲିନା ଓ ପେନସିଲଭାନିଆରେ ଜୋ ବାଇଡେନ ଆଗୁଆ ରହିଛନ୍ତି। ଆମେରିକା ନ୍ୟୁଜ ଏଜେନ୍ସି ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟରଙ୍କ ସଂଖ୍ୟା ବହୁ ଥିଲା।

ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ନିର୍ବାଚନ ପାଇଁ ୨ଟି ପାର୍ଟି ମୁହଁମୁହିଁ ହୋଇଥାନ୍ତି। ହାତୀ ଚିହ୍ନ ସହ ରିପବ୍ଲିକାନ ପାର୍ଟି ଓ ଗଧ ଚିହ୍ନ ସହ ଡେମୋକ୍ରାଟିକ ପାର୍ଟି। ୫୦ଟି ରାଜ୍ୟକୁ ନେଇ ଗଠିତ ଆମେରିକାରେ ମୋଟ ଇଲେକ୍ଟରଙ୍କ ସଂଖ୍ୟା ୫୩୮। ସଂଖ୍ୟାଗରିଷ୍ଠତା ହାସଲ କରିବା ପାଇଁ ସେଥିରୁ ଅନ୍ୟୁନ ୨୭୦ଟି ଇଲେକ୍ଟୋରାଲ ଭୋଟ ଆବଶ୍ୟକ ରହିଛି। ବର୍ତ୍ତମାନ ଏଥିରେ ଡୋନାଲ୍ଡ ଟ୍ରମ୍ପ ୮୦ଟି ଇଲେକ୍ଟୋରାଲ ଭୋଟ ପାଇଥିବାବେଳେ ଜୋ ବାଇଡେନ ୧୧୭ଟି ଇଲେକ୍ଟୋରାଲ ଭୋଟ ପାଇଛନ୍ତି।