ଟିଟିଲାଗଡ଼ରେ ପ୍ରଥମ କୋରୋନା ରୋଗୀ ମୃତ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଆଜି ପ୍ରଥମ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ସେ ଗତ କିଛିଦିନ ହେଲା ଟିଟିଲାଗଡ଼ସ୍ଥିତ ଏମସିଏଚରେ ଚିକିତ୍ସିତ ହେଉଥିଲେ । ଟିଟିଲାଗଡ଼ର ହାଟପଦାପଡ଼ା ୧୫ ନମ୍ୱର ୱାର୍ଡର ମୃତ ମହିଳା ଜଣକ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋରୋନା ରୋଗୀଙ୍କ ମୃତ୍ୟୁ ପରେ ଟିଟିଲାଗଡ଼ରେ ଭୟର ବାତାବରଣ ଦେଖାଯାଇଛି ।