ସ୍ଥିତି ଜଟିଳ, ହଜାରେ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡ଼ା,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟାରେ ରାୟଗଡା ଜିଲ୍ଲାରୁ ୧୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୪ରେ ପହଞ୍ଚିଛି। ଆଜି କାଶୀପୁରରୁ ସର୍ବାଧିକ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପଦ୍ମପୁରରୁ ୪୩, ଗୁଣପୁର ପୌରପରିଷଦରୁ ୨୩, ଗୁଣପୁର ବ୍ଲକରୁ ଜଣେ, ରାୟଗଡ଼ା ପୌର ପରିଷଦରୁ ୨୦, ରାୟଗଡ଼ା ବ୍ଲକରୁ ୩, ବିଷମକଟରୁ ୧୦, ମୁନିଗୁଡ଼ାରୁ ୩୧, ଗୁଡାରିରୁ ୧୫ ଏବଂ ପ୍ରଥମ ଥର ପାଇଁ କଲ୍ୟାଣସିଂହପୁରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୩୦ ପୁରୁଷ, ୬୭ ମହିଳା, ୪୦ କୋଭିଡ଼୍ ଯୋଦ୍ଧା ରହିଛନ୍ତି।