କରୋନା କାୟା:୨୪ ଘଣ୍ଟାରେ ସର୍ବାଧିକ ୧୯୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ମୋଟ ୪୬ ହଜାର ୪୩୩ରେ ପହଁଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟ ମୁତାବକ, ୨୪ ଘଣ୍ଟାରେ ସର୍ବାଧିକ ୧୯୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ୩୨ ହଜାର ୧୬୮ଟି ଆକ୍ଟିଭ୍ କେସ୍ ରହିଥିବାବେଳେ ୧୫୬୮ଜଣଙ୍କର ମୃତ୍ୟୁ ଘଟିଛି। ଗୋଟିଏ ଦିନରେ ୩୯୦୦ଟି ନୂଆ କେସ୍ ସାମ୍ନାକୁ ଆସିଛି। ଆଉ ୧୨ ହଜାର ୭୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।