ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୁନ ପରେ ଜୁଲାଇ ଆଣିଦେଉଛି ଆଶ୍ୱସ୍ତିକର ଖବର। ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୧୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୮୧୩ ଜଣ ଲୋକାଲ୍ କେସ୍ ରହିଛି।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୫୦ ଜଣ, ବାଲେଶ୍ୱରରୁ ୧୩୪ ଜଣ, ବରଗଡ଼ରୁ ୧୨ ଜଣ, ଭଦ୍ରକରୁ ୯୮ ଜଣ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୩ ଜଣ, କଟକରୁ ୨୨୦ ଜଣ, ଦେବଗଡ଼ରୁ ୮ ଜଣ, ଢେଙ୍କାନାଳରୁ ୬୨ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୧୭ ଜଣ, ଜଗତସିଂହପୁରରୁ ୭୫ ଜଣ, ଯାଜପୁରରୁ ୧୨୫ ଜଣ, ଝାରସୁଗୁଡ଼ାରୁ ୧୬ ଜଣ, କଳାହାଣ୍ଡିରୁ ୭ ଜଣ, କନ୍ଧମାଳରୁ ୨୭ ଜଣ, କେନ୍ଦ୍ରାପଡ଼ାରୁ ୧୨୩ ଜଣ, କେନ୍ଦୁଝରରୁ ୪୮ ଜଣ, ଖୋର୍ଦ୍ଧାରୁ ୪୩୧ ଜଣ, କୋରାପୁଟରୁ ୧୪ ଜଣ, ମାଲକାନଗିରିରୁ ୨୮ ଜଣ, ମୟୂରଭଞ୍ଜରୁ ୯୮ ଜଣ, ନବରଙ୍ଗପୁରରୁ ୫ ଜଣ, ନୟାଗଡ଼ରୁ ୫୮ ଜଣ, ନୂଆପଡ଼ାରୁ ୨ ଜଣ, ପୁରୀରୁ ୨୭ ଜଣ, ରାୟଗଡ଼ାରୁ ୩୮ ଜଣ, ସମ୍ବଲପୁରରୁ ୨୫ ଜଣ, ସୋନପୁରରୁ ୫ ଜଣ, ସୁନ୍ଦରଗଡ଼ରୁ ୯୪ ଜଣ ଓ ଷ୍ଟେଟ ପୁଲରୁ ୭୫ ଜଣ ରହିଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୪୩ ହଜାର ୬୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨୩ ହଜାର ୪୯୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୧୫ ହଜାର ୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।