କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୯୦୮ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବାବେଳେ ଦୈନିକ ତୁଳନାରେ ସୁସ୍ଥ ହାର ଅଧିକ ରହୁଛି। ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମଣ ମଧ୍ୟରୁ ୯୪.୭୫ ପ୍ରତିଶତ ସୁସ୍ଥ ହୋଇସାରିଲେଣି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ କରୋନାରୁ ୧୯୦୮ ଜଣ ସୁସ୍ଥ ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୨୨ ଜଣ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୧୭୦, ଅନୁଗୁଳରୁ ୧୨୬, କେନ୍ଦ୍ରାପଡ଼ାରୁ ୧୦୨, କଟକରୁ ୧୦୦, ବଲାଙ୍ଗିରରୁ ୯୬, ବାଲେଶ୍ୱରରୁ ୮୯, ମୟୂରଭଞ୍ଜରୁ ୮୦, କଳାହାଣ୍ଡିରୁ ୭୬, ଜଗତସିଂହପୁରରୁ ୭୩, ନୂଆପଡ଼ାରୁ ୬୮, ଝାରସୁଗୁଡ଼ାରୁ ୫୫, ଢ଼େଙ୍କାନାଳରୁ ୪୯, ଯାଜପୁରରୁ ୪୮, ପୁରୀରୁ ୪୭, ନବରଙ୍ଗପୁରରୁ ୪୫, ସମ୍ବଲପୁରରୁ ୪୫, କନ୍ଧମାଳରୁ ୪୨, କେନ୍ଦୁଝରରୁ ୪୨, ବରଗଡ଼ରୁ ୩୭, ସୋନପୁରରୁ ୩୭, ମାଲକାନଗିରିରୁ ୩୫, ରାୟଗଡ଼ାରୁ ୩୪, କୋରାପୁଟରୁ ୩୩, ବୌଦ୍ଧରୁ ୩୨, ନୟାଗଡ଼ରୁ ୩୦, ଭଦ୍ରକରୁ ୨୫, ଗଞ୍ଜାମରୁ ୨୦, ଗଜପତିରୁ ୫ ଏବଂ ଦେବଗଡ଼ରୁ ୪ ଜଣ ସୁସ୍ଥ ହୋଇଛନ୍ତି। ଷ୍ଟେଟ ପୁଲରୁ ମଧ୍ୟ ୪୧ ଜଣ କରୋନା ଆକ୍ରାନ୍ତ ଭଲ ହୋଇ ଘରକୁ ଫେରିଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସୁସ୍ଥ ସଂଖ୍ୟା ୨,୭୨,୦୩୮ରେ ପହଞ୍ଚିଛି। ସୂଚନା ଅନୁସାରେ ଆଜି ସୁଦ୍ଧା ରାଜ୍ୟରେ ୨,୮୭,୦୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ୧୩,୭୧୧ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନାରେ ରାଜ୍ୟର ୧୨୯୭ ଜଣଙ୍କ ପ୍ରାଣହାନି ହୋଇଛି।