ରାଜଧାନୀରେ ପୁଣି ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ ସଂକ୍ରମଣ। ପୁଣି ଚିହ୍ନଟ ହୋଇଛନ୍ତି ୧୯୦ ପଜିଟିଭ। ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୧୩୮ଟି ଥିବା ବେଳେ ୫୨ଟି ଲୋକାଲ୍ କେସ୍ ଆସିଛି। ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ସେ ନେଇ ବିଏମସି ପକ୍ଷରୁ ସୂଚନା ଜାରି ହୋଇଛି। ସେହିପରି ଭୁବନେଶ୍ୱରରୁ ଆଉ ୧୦୩ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ଭୁବନେଶ୍ୱରରେ ବର୍ତ୍ତମାନ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୭୬୩ରେ ପହଞ୍ଚିଛି। ସେଥିମଧ୍ୟରୁ ୧,୩୮୩ ଜଣ ସକ୍ରିୟ ରହିଥିବା ବେଳେ ୨,୩୬୦ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ସେହିପରି ୧୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।