୩ଟି ସ୍କୁଲରେ ୧୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଜାନୁଆରୀ ୮ ତାରିଖରେ ବିଦ୍ୟାଳୟ ଖୋଲିବା ପରେ ଲଇକେରା ବ୍ଲକର ୩ଟି ସ୍କୁଲର ୧୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜେ.ଓ ହାଇସ୍କୁଲ ସାହାସପୁରର ୯ ଜଣ ଛାତ୍ରଛାତ୍ରୀ, ହେମାସାଗର ହାଇସ୍କୁଲର ପାକେଲଖୋଲର ୮ ଜଣ ଛାତ୍ରଛାତ୍ରୀ, କେବିଜେ ହାଇସ୍କୁଲ ସେଲେଟ୍ରିକାର ୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଏହି ଛାତ୍ରଛାତ୍ରୀମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ଲଇକେରା ବ୍ଲକ ଶିକ୍ଷା ଅଧିକାରୀ ପ୍ରଦୀପ୍ତ ସାହା ସୂଚନା ଦେଇଛନ୍ତି।  ପ୍ରକାଶ  ଯେ, ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଗତ ୮ ତାରିଖରୁ ବିଦ୍ୟାଳୟ ଖୋଲାଯିବା ପରେ ଲଇକେରା ବ୍ଲକର ମୋଟ ୭୭୫ ଜଣ ଛାତ୍ରଛାତ୍ରୀଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।