ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଭୁବନେଶ୍ୱରରୁ ପୁଣି ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୫ ଜଣ ଲୋକାଲ ଅଞ୍ଚଳର ଥିବା ଜଣାପଡ଼ିଛି। ଅନ୍ୟ ୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ୱରରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ସଂଗରୋଧରୁ ଚିହ୍ନଟ ହୋଇଥିବା ୪ ଜଣ ପୁରୁଷ ଆକ୍ରାନ୍ତ ରେଳ କର୍ମଚାରୀ ଏବଂ ସେମାନେ ନିକଟରେ ଦିଲ୍ଲୀରୁ ଫେରିଥିଲେ।
ସେହିପରି ୧୫ ଲୋକାଲ କେସ୍ ମଧ୍ୟରେ ୮ ଜଣ ଘରୋଇ ହସ୍ପିଟାଲର କର୍ମଚାରୀ, ୫ ଜଣ ଡୁମଡୁମା ସୁବାସ ନଗର ବସ୍ତିର, ଜଣେ ସରକାରୀ ହସ୍ପିଟାଲ କର୍ମଚାରୀ ଓ ଅନ୍ୟ ଜଣେ ଲକ୍ଷ୍ମି ବଜାର ବସ୍ତି ଅଞ୍ଚଳର ୯ ବର୍ଷର ବାଳକ ବୋଲି ଜଣାପଡ଼ିଛି।
ତେବେ ଡୁଡୁମା ଅଞ୍ଚଳର ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରେ ୪ ଜଣ(୨୪ ବର୍ଷୀୟ, ୧୯ ବର୍ଷୀୟ, ୩୮ ବର୍ଷୀୟ ଓ ୧୮ ବର୍ଷୀୟ) ଯୁବକ ରହିଥିବା ବେଳେ ଜଣେ ୧୫ ବର୍ଷର ବାଳକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ସେହିପରି ସୁସ୍ଥ ହୋଇଥିବା ୩ ଜଣଙ୍କ ମଧ୍ୟରେ ୨ ଜଣ (୩୪ ବର୍ଷୀୟ ପୁରୁଷ ଓ ୨୬ ବର୍ଷୀୟା ମହିଳା) ପଟିଆର ଶ୍ରୀ ବିହାର ଅଞ୍ଚଳର ଓ ଅନ୍ୟ ଜଣେ ପୋଖରିପୁଟ ଅଞ୍ଚଳର ୩୫ ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ସୁଦ୍ଧା ରାଜଧାନୀରୁ ୧୮୪ଟି କେସ୍ ପଜିଟିଭ ଆସିଥିବା ବେଳେ ସେଥିରେ ୮୬ ଜଣ ସୁସ୍ଥ ଓ ୯୪ ଜଣ ଚିକିତ୍ସାଧୀନ ଅଛନ୍ତି।