ରାଜ୍ୟରେ ଦିନକରେ ୧,୮୩୩ ସଂକ୍ରମିତ ଚିହ୍ନଟ, ୧୨ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ଆଜି ପୁଣି ରାଜ୍ୟରେ ୨୯ଟି ଜିଲ୍ଲାରୁ ସର୍ବାଧିକ ୧,୮୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧,୧୧୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଥିବାବେଳେ ୭୧୫ ଜଣ ସ୍ଥାନୀୟ ସଂକ୍ରମଣ। ଏଥିସହ ରାଜ୍ୟରେ ଆଜି ଆଉ ୧୨ ଜଣଙ୍କ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସଂକ୍ରମିତ:-

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୭୯, ରାୟଗଡ଼ାରୁ ୧୫୨, କଟକରୁ ୧୨୪, ସୁନ୍ଦରଗଡ଼ରୁ ୧୧୦, କଳାହାଣ୍ଡିରୁ ୮୪, ବାଲେଶ୍ୱରରୁ ୬୯, ପୁରୀରୁ ୬୭, ନୟାଗଡ଼ରୁ ୬୧, ଯାଜପୁରରୁ ୬୦, ଭଦ୍ରକରୁ ୫୦, କୋରାପୁଟରୁ ୪୭, ଢ଼େଙ୍କାନାଳରୁ ୪୩, ସମ୍ବଲପୁରରୁ ୩୯, ବଲାଙ୍ଗିରରୁ ୩୭, ମାଲକାନଗିରିରୁ ୩୬, ଗଜପତିରୁ ୩୫, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ବୌଦ୍ଧରୁ ୩୪ ଜଣ ଲେଖାଏଁ, ସୋନପୁରରୁ ୩୩, ଝାରସୁଗୁଡ଼ାରୁ ୩୦, କେନ୍ଦୁଝର, କନ୍ଧମାଳ ଓ ଜଗତସିଂହପୁରରୁ ୧୬ ଜଣ ଲେଖାଏଁ, ନବରଙ୍ଗପୁରରୁ ୧୧, ଅନୁଗୁଳରୁ ୯, ବରଗଡ଼ରୁ ୮ ଓ ନୂଆପଡ଼ାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏଥି ସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨,୫୫୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୬,୮୮୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫,୩୭୦ ଜଣ ଚିକିତ୍ସିତ ହେଉଛନ୍ତି।

ମୃତ୍ୟୁ:-

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ପୁଣି ରାଜ୍ୟରେ ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ଗଞ୍ଜାମର ଜଣେ ୫୨ ବର୍ଷୀୟ ପୁରୁଷ, ଜଣେ ୫୦ ବର୍ଷୀୟ ପୁରୁଷ ଓ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼ର ୨ ଜଣ ୭୭ ବର୍ଷୀୟ ବୃଦ୍ଧ ଓ ଜଣେ ୬୬ ବର୍ଷୀୟ ବୃଦ୍ଧ ଅଛନ୍ତି। ମୟୂରଭଞ୍ଜର ଜଣେ ୫୫ ବର୍ଷୀୟ ପୁରୁଷ, କେନ୍ଦ୍ରାପଡ଼ାର ଜଣେ ୩୬ ବର୍ଷୀୟ ଯୁବକ, ସମ୍ବଲପୁରର ଜଣେ ୭୮ ବର୍ଷୀୟ ବୃଦ୍ଧା, ଭଦ୍ରକର ଜଣେ ୫୫ ବର୍ଷୀୟ ପୁରୁଷ, ଢ଼େଙ୍କାନାଳର ଜଣେ ୬୧ ବର୍ଷୀୟ ବୃଦ୍ଧ ଓ ଗଜପତିର ଜଣେ ୩୪ ବର୍ଷୀୟ ଯୁବକର କରୋନାରେ ମୃତ୍ୟୁ ହୋଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାରେ ୨୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରୁ ଗଞ୍ଜାମରୁ ସର୍ବାଧିକ ୧୨୩ ଜଣ, ସୁନ୍ଦରଗଡ଼ରୁ ୧୬ ଜଣ ଓ ଗଜପତିର ୧୫ ଜଣ ଥିବା ସୂଚନା ରହିଛି।