ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୮

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୨,୨୧୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ମଧ୍ୟରେ ଅନୁଗୁଳରୁ ୪, ଭୁବନେଶ୍ୱର, ରାୟଗଡ଼ା, ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୨ ଲେଖାଏଁ, ବୌଦ୍ଧ, ଦେଓଗଡ଼, ଗଜପତି, ଖୋର୍ଦ୍ଧା, ମାଲକାନଗିରି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ, ରକ୍ତଚାପ ଓ ଥାଇରଏଡ ପରି ରୋଗରେ ପୀଡ଼ିତ ଥିଲେ।