କଳା ପଲସର୍ ଆତଙ୍କ: ଲୁଟିନେଲେ ୧୮ ଲକ୍ଷ ଟଙ୍କା

କଟକ,ଏନ୍ଏନ୍ଏସ୍: ଜଣେ ଯୁବକ ୧୮ ଲକ୍ଷ ଟଙ୍କା ନେଇ ଢ଼େଙ୍କାନାଳରୁ କଟକ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ଛଡ଼ାଇ ନେଇଯାଇଛନ୍ତି । ଏକ ଘରୋଇ କମ୍ପାନୀର ମ୍ୟାନେଜେର ସନ୍ତୋଷ ରାଜ ଆଜି ୧୮ଲକ୍ଷ ଟଙ୍କା ନେଇ ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିଲେ। ଏହି ସମୟରେ ରାଧାକିଶପୁର ଓଭରବ୍ରିଜ ନିକଟରେ ଦୁଇଟି ପଲସରରେ ଚାରିଜଣ ଯୁବକ ଆସି ସନ୍ତୋଷଙ୍କୁ ଅଟକାଇଥିଲେ।

ପ୍ରଥମେ ଦୁର୍ବୃତ୍ତମାନେ ଗାଡି ଚାବି ଛଡ଼ାଇ ନେଇ ଯାଇଥିଲେ। ପରେ ସେମାନେ ସନ୍ତୋଷଙ୍କୁ ଧମକ ଚମକ ଦେଇ ଟଙ୍କା ବ୍ୟାଗ୍ ଓ ମୋବାଇଲ ଛଡ଼ାଇ ନେଇ ଯାଇଥିଲେ। ସନ୍ତୋଷଙ୍କ ବ୍ୟାଗରେ ୧୮ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ଏନେଇ ସନ୍ତୋଷ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଛନ୍ତି। ସନ୍ତୋଷଙ୍କ ଘର ଢେଙ୍କାନାଳ ଜିଲ୍ଲାର କାଇମାଟି ଅଞ୍ଚଳରେ ବୋଲି ଜଣାପଡ଼ିଛି।