ଜଙ୍ଗଲରୁ ଏକାଥରକେ ୧୮ ହାତୀଙ୍କ ମୃତ ଦେହ ଠାବ

ନଗାଓଁ,ଏଜେନ୍ସି: ଆସାମର କୁନ୍ଦୁଲି ସଂରକ୍ଷିତ ଜଙ୍ଗଲର ଦୁଇଟି ପୃଥକ ସ୍ଥାନରେ ୧୮ଟି ହାତୀଙ୍କ ମୃତ ଦେହ ଠାବ ହୋଇଛି। ତେବେ ବଜ୍ରପାତ ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଥିବା ଜଙ୍ଗଲ ବିଭାଗ ଅନୁମାନ କରୁଛି। ଘଟଣାସ୍ଥଳରେ ଆସାମ ବନ୍ୟପ୍ରାଣୀ ବିଭାଗର ବିଶେଷଜ୍ଞ ଟିମ୍ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ହାତୀଙ୍କ ମୃତ ଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଆସାମ ଜଙ୍ଗଲ ମନ୍ତ୍ରୀ ପରିମଲ ଶୁକ୍ଳା ବୈଦ୍ୟ କହିଛନ୍ତି।

ଦେଶରେ ଏକାଥରକେ ଏତେ ପରିମାଣର ହାତୀଙ୍କ ମୃତ୍ୟୁ ପ୍ରଥମ ଘଟଣା ବୋଲି କୁହାଯାଉଛି।