୧୭ଫୁଟିଆ ଅହିରାଜ ଉଦ୍ଧାର

ବାଲେଶ୍ୱର,ଏନ୍ଏନ୍ଏସ୍: କୁଲଢ଼ିଆ ବନବିଭାଗ ପକ୍ଷରୁ ରବିବାର ଏକ ୧୭ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରିଛି। ସୋର ଥାନା ସରଳିଆରୁ ୱାଇଲ୍ଡ ଲାଇଫର ପ୍ରକାଶ ମର୍ଦରାଜ ଓ ତାଙ୍କ ଟିମ ସାପଟିକୁ ଉଦ୍ଧାର କରି କୁଲଢ଼ିଆ ଅଭୟାରଣ୍ୟରେ ଛାଡିଛନ୍ତି ।

ତେବେ ଏହି ବିରଳ ସାପଟି ସରଳିଆ ଗାଁ ପ୍ରଶାନ୍ତ କୁମାର ଜେନାଙ୍କ ଘରେ ପସିଥିବାବେଳେ ଲୋକେ ଖବର ଦେବାରୁ ଟିମ ଯାଇ ସାପକୁ ଉଦ୍ଧାର କରିଥିଲା । ତେବେ ଏହି ଏକ ବିରଳ ସାପ ହୋଇଥିବାବେଳେ ଏହାକୁ ଦେଖିବା ପାଇଁ ଲୋକଙ୍କର ବେଶ ଭିଡ଼ ଜମିଥିଲା ।