ଦିନକରେ ସର୍ବାଧିକ ୧୭୮ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟ ପାଇଁ ଆଜି ଏକ ବଡ଼ ଖବର। ଦିନକରେ ସର୍ବାଧିକ ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ ସୁସ୍ଥସଂଖ୍ୟା ୧୮୯୪କୁ ବୃଦ୍ଧି ପାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ପ୍ରଦାନ କରିଛନ୍ତି।

ଆଜି ସୁସ୍ଥ ହୋଇଥିବା ୧୭୮ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୯, ଗଜପତିରୁ ୨୩, ନୂଆପଡ଼ାରୁ ୨୨, ଭଦ୍ରକରୁ ୧୭, ନୟାଗଡରୁ ୧୪, ଗଞ୍ଜାମରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ଢ଼େଙ୍କାନାଳ ଓ କନ୍ଧମାଳ ଜିଲ୍ଲାରୁ ୯ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୬, ବାଲେଶ୍ୱରରୁ ୪, କଟକ, ବଲାଙ୍ଗିର ଓ ମାଲକାନଗିରିରୁ ୨ଜଣ ଲେଖାଏଁ ଏବଂ ଜଗତସିଂହପୁର, ଝାରସୁଗୁଡ଼ା, ପୁରୀ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଏଯାବତ ମୋଟ ୨୮୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୯୫୧ଜଣ ଚିକିତ୍ସାଧୀନ ଅଛନ୍ତି ଓ ୯ଜଣଙ୍କର ମୃତ୍ୟୁ ଘଟିଛି।