ବାଂଲାଦେଶକୁ ୧୭୫ ରନ୍ ଟାର୍ଗେଟ, ରାହୁଲ ଓ ଶ୍ରେୟସଙ୍କ ଅର୍ଦ୍ଧଶତକ

ନାଗପୁର,ଏଜେନ୍ସି: ଭାରତ ଓ ବାଂଲାଦେଶ ମଧ୍ୟରେ ନାଗପୁରରେ ଖେଳାଯାଉଥିବା ଟ୍ବେଣ୍ଟି-୨୦ ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଜରେ ୧୭୪ ରନ୍ କରିଛି। ଏଥି ସହ କେ ଏଲ ରାହୁଲ ଓ ଶ୍ରେୟସ ଆୟର ଅର୍ଦ୍ଧଶତ କରିଛନ୍ତି। ବାଂଲାଦେଶ ଅଧିନାୟକ ମହମଦୁଲ୍ଲା ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୫ୱିକେଟ ହରାଇ ୧୭୪ରନ କରିବାରେ ସକ୍ଷମ ହୋଇଛି। ଏଥିରେ କେ ଏଲ ରାହୁଲ ୩୫ଟି ବଲ ଖେଳି ୭ଟି ଚୌକା ସହାୟତାରେ ୫୨ରନ କରିଛନ୍ତି। ସେହିଭଳି ଶ୍ରେୟସ ଆୟର ୩୩ଟି ବଲ ଖେଳି ୫ଟି ବିଶାଳ ଛକା ଓ ୩ଟି ଚୌକା ମାରି ୬୨ରନ କରିଥିଲେ।