୧୭୫ କିଲୋ ଗଞ୍ଜେଇ ଜବତ, ୨ ଗିରଫ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଏକ ଗାଡିରେ ଚାଲାଣ ହେଉଥିବା ୧୭୫ କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଗତକାଲି ରାତିରେ ଏସଆଇ ମିଲନ ମଜୁମଦାରଙ୍କ ସହ ଏକ ଟିମ୍ ଚିତ୍ରକୋଣ୍ଡା ଛକ ନିକଟରେ ପାଟ୍ରୋଲିଂ କରୁଥିବାବେଳେ ସନ୍ଦେହରେ ଏକ ୪୦୭ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଗାଡିରୁ ୭ ଟି ବସ୍ତାରେ ୧୭୫ କିଲୋ ଗଞ୍ଜେଇ  ପାଇଥିଲେ। ପରେ ୨ ଅଭିଯୁକ୍ତଙ୍କୁ ଓରକେଲ ଥାନାକୁ ଅଣାଯାଇଥିଲା। ଗିରଫ ବ୍ୟକ୍ତିଙ୍କ ନାମ ହେଲା ରାଜେଶ କୁମାର ରାଜକ (୨୪) ଓ ରାମଜି ସିଂ(୨୨)। ଦୁହେଁ ଉତ୍ତରପ୍ରଦେଶର ବଲିଆ ଜିଲ୍ଲାର ବୈରିଆ ଥାନା ଅନ୍ତର୍ଗତ ଚୋଭାଚପରା ଗ୍ରାମର ବୋଲି ପୁଲିସ ସୂଚନା ଦେଇଛି। ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୯ ଲକ୍ଷ ହେବ। ଗିରଫ ୨ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।